Thursday, March 19, 2026

Shortcomings

ଗପଟି ପଢି ସରିଲା ପରେ, ମୋ ଆଖିଟା ଜକେଇ ଆସିଲା | ଭାବନା ରାଇଜରେ କିଛି ସମ ବୁଲିଲା ପରେ, ନିଜକୁ ସଂଯତ କରି ମୁଁ ବହିରେ ଥିବା ତା' ପରବର୍ତ୍ତୀ ଗପଟି ପଢ଼ିବା ଆରମ୍ଭ କଲି | ପଢି ସରିଲା ପରେ ବହିଟି ତଳେ ରଖି ଦେଇ ମୁଣ୍ଡ ରେ ହାତ ଦେଇ ବସିଲି | ଲୁହ ଧାରା କୋହର ବନ୍ଧନ ଭାଙ୍ଗି ବୋହିବା ଆରମ୍ଭ କଲା |

ନା ନା | ଗପ ଦୁଇଟି ପୃଷ୍ଠଭୂମି ହୃଦୟ ବିଦାରକ ନଥିଲା, ନା ଥିଲା କାହାଣୀ ରେ ମନକୁ ମ୍ରିୟମାଣ କରିବା କ୍ଷମତା | Rather, the stories were quite imaginative mixing fantasy with philosophy. Problem ଟା ହଉଛି - ମୁଁ ବିଶେଷ କିଛି ବୁଝି ପାରିଲିନି | ଯେତିକି ବୁଝିଲି, ସେତିକି appreciate କରି ପାରିଲିନି | ଯେତିକି appreciate କଲି, ସେତିକି ହୃଦୟଙ୍ଗମ କରିପାରିଲିନି | ସତେ ଯେମିତି ମୋର intellectual capability ପରିସମାପ୍ତି ଘଟିଲା ସେ ଗଳ୍ପ ଦୁଇଟା ରେ |

ତେବେ ମୁଁ କାନ୍ଦିଲି କାହିଁକି?

20 ବର୍ଷ ତଳେ, ଯେତେବେଳେ ଏମିତିଆ କିଛି ଗପ ବା essay ମୁଁ ପଢ଼ୁଥିଲି, ଆଉ ମୋ ମୁଣ୍ଡ ଉପରେ ସେଇଟା tangent ଭଳିଆ ପଳାଉଥିଲା, ମୁଁ ନିଜକୁ ବୁଝାଉଥିଲି , 'କିଛି ବ୍ୟସ୍ତ ନାହିଁ | ଏବେ ମୋର ବୟସ ବା କେତେ? ମୁଁ ଆଉ ଟିକେ matured ହୁଏ, ମୋର knowledge ଆଉ ଟିକେ ବଢ଼ୁ, କଣ ଆର ବାପା ଭଳିଆ concept ବି ଆସିଲେ, ମୁଁ ତାକୁ ପାଣି ଭଳିଆ ପି ଯିବି |' କିନ୍ତୁ ଏବେ? 46 years ବୟସରେ ସେ scope ଆଉ ନାହିଁ | ଏବେ ଯଦି ବୁଝି ପାରୁନି , କେବେ ବି ଆଉ ବୁଝି ପାରିବିନି ନିରାଶଜନକ ଉପଲବ୍ଧି ରେ କାନ୍ଦିବିନି ଆଉ କଣ ହସିବି? Honey Siingh କୁ Pandit Ravi Shankar ଙ୍କ concert ରେ ଛାଡି ଦେଲେ, ତା'କୁ ଯେମିତି ଲାଗିବ, ମତେ ସେମିତି ଲାଗୁଛି ଏବେ ବୋଧ ହୁଏ | ନିଜର Shortcomings ବୋଝ ତଳେ ମୁଁ ଦବି ହେଇ ଯାଉଛି |

Pongalswamy କହିଲା, "साला नौटंकी, घड़ी-घड़ी ड्रामा करता है।"


Monday, March 16, 2026

ଯାହା ହବ, ଦେଖା ଯିବ

No good sittin’ worryin’ abou’ it. What’s comin’ will come, an’ we’ll meet it when it does.

~Rubeus Hagrid (in Goblet of Fire)


बाबूमोशाय, हमारी मुश्किल मालूम है, क्या है? हम आने वाले गम को खींच कर आज की खुशी पे ले आते हैं और उस खुशी में जहर घोल देते हैं | 
~Anand 

Sunday, March 15, 2026

Existentialism of Writing

Sarah କହିଲା, "କଣ ଗୁଡ଼େ ୟାଡୁ ସ୍ୟାଡୁ ଲେଖୁଛୁ? ହଜାରେ spelling mistake, Grammar ମୁଣ୍ଡ ଗଣ୍ଡି କିଛି ଠିକ ନାହିଁ, Incoherent thoughts. Unstructured ideas. Irrelevant observations. ୟା ଠାରୁ ଭଲ କିଛି ଲେଖିବା |"

Pongalswamy ହସିଲା ଆଉ କହିଲା, "ଲେଖୁ | କଣ ଫରକ ପଡୁଛି ? କିଏ ପଢୁଛି ନା ପଢିବ ? Information ର garbage pile ରେ ଆଉ କିଛି ଆବର୍ଜନା | ଖାଲି digital junk ବଢେଇବା କଥା |"

ବହୁତ ଥର ମୁଁ ଚିନ୍ତା କରେ, ମଣିଷ ଲେଖେ କାହିଁକି ? ବିଷୟରେ, ମୁଁ ବହୁତ blogs ବି ଲେଖିଛି | ନାନା ପ୍ରକାର justification, ନାନା ପ୍ରକାର reasoning. କିନ୍ତୁ, it boils down to one thing - One writes, because one can. "Should", "Need" justification ହଉଛି just afterthoughts. After all, existence precedes essence, isn't it?

Saturday, March 14, 2026

DoomScrolling

ବହି ପଢିବାକୁ ମୁଁ ମୋର hobby କହିବିନି, ସେଇଟା ଗୋଟେ ଏକରକମ passion କହିଲେ ଅତ୍ୟୁକ୍ତି ହବନି । କିନ୍ତୁ କିଛି ଦିନ ହେଲାଣି, because of addiciton to doom scrolling , ବହି ପଢିବାଟା ପୁରା ପୁରି କମି ଯାଇଛି | ଦୁଇ ତିନି ପୃଷ୍ଠା ପଢିଲେ, ହାତ ଟା ଆପେ ଆପେ mobile ଆଡକୁ ଚାଲିଯାଉଛି | 10min ଏପଟ ସେପଟ କଲା ପରେ ମାଡି ଆସେ ଘୋର guilt feeling । mobile ଟା ଦୁରକୁ ଫୋପାଡ଼ି ଦେଇ, ପୁଣି ବହି ଆଡକୁ ମନ ଦିଏ , କିନ୍ତୁ 5 min ପରେ ପୁଣି ଯୋଉ କଥାକୁ ସେଇ କଥା | meme ଆଉ ଫାଲତୁ comedy skits ଦେଖି ହସ ତ ଲାଗେନି, ଖାଲି ପ୍ରାପ୍ତି ହୁଏ ଅନୁତାପ | ତା'ହେଲେ ଏପରି ତୁଚ୍ଛ addiction କାହିଁକି? 

ଏ ବୟସରେ ନିଜ ଉପରେ control ରଖିବା କଣ ସହଜ କଥା ? career tension , ଘର ଜଂଜାଳ କଥା, mid-life crisis - କେତେ କଣ ଚାଲିଛି ଜୀବନରେ | Mobile ଟା ହଉଛି ଗୋଟେ guilty pleasure । ତଥାପି, ଯେତେବେଳେ mobile addiciton ଛାଡି, ସମୟର ସଦୁପଯୋଗ କରି ଗୋଟେ routined and disciplined ଜୀବନ ଶୈଳୀକୁ ଆଦରିବାକୁ ଇଛା କରେ, ମନ ଭିତରେ ଥିବା ସୈତାନଟା ମତେ ଯେମିତି ତାଚ୍ଛଲ୍ୟ କରି କହେ - "ନହେଲେ ତ ପ୍ରଧାନମନ୍ତ୍ରୀ ହେଇଯାଇଥାନ୍ତୁ?"  or "ରହ ରହ, କାଗଜ ଖଣ୍ଡେ ଦେ, ତତେ nobel ପୁରଷ୍କାର ପାଇଁ nominate କରୁଛି ଏବେ |" 

ସତ କଥା ତ! କଣ ଉପାଡି ପକେଇବି ନହେଲେ, Doom Scrolling କରି ଯଦି ମୋତେ ଯଦି ତାମସିକ ଚେତନାକୁ କ୍ଷଣିକ pleasure ମିଳୁଛି , ସେଥିରେ ଅସୁବିଧା କଣ? 

ନା ନା ଛି , କି କଥା ଇୟେ ?

ଦିନ ଥିଲା ମୁଁ ଗୋଟେ ଯୁଗାନ୍ତକାରୀ ଲେଖକ ବା ଦର୍ଶନିକ ହେବାର ସ୍ବପ୍ନ ଦେଖୁଥିଲି, ଏବେ କଣ ଫରକ ମୋ ଭିତରେ ଆଉ ସେ ଗାଁ ମୁଣ୍ଡରେ ବସି ଥିବା ବେକାର ଟୋକା ଯାହାର ଆଖି ଦିଟା ଖ୍ହେଁ ଖ୍ହେଁ ର ବିକଟାଳ ଶବ୍ଦ ବାହାର କରୁଥିବା mobile screen ଭିତରେ ପଶି ଯାଇ ଥାଏ ?

ଧିକ୍ ମତେ | ଧିକ୍ |

Friday, March 13, 2026

ଯୁଦ୍ଧ ଚାଲିଛି




ଗୋଟେ narcissistic ପାଗେଳା ରାଜା ଆଉ ଗୋଟେ କ୍ରୋଧୀ ପ୍ରତିଶୋଧପରାୟଣ ରାଜା ସହ ମିଶି ଆଉ ଗୋଟେ ନୃଶଂସ ରାଜକୁ ମାରି ତା ଦେଶର ସମ୍ପତ୍ତି ଲୁଟିବାକୁ ଚେଷ୍ଟା କରୁଛି | Teheran ଜଳୁଛି | Middle East ର ଦେଶ missile ଆଉ drone ଫୋପଡ଼ା ଫୋପାଡ଼ି ହଉଛନ୍ତି | ଆଉ ମରୁଛି କିଏ ? - ନିରୀହ ଲୋକ, ଯା'ର world politics ସହ କିଛି ଲେନା ଦେନା ନାହିଁ | majority of ଲୋକଙ୍କୁ କଣ ଫରକ ପଡୁଛି କୋଉ ଦେଶର ସୀମା କୋଉ ଯା, ବା ଦୁଇ ଶତାବ୍ଦୀ ତଳେ କିଏ କାହାର ଘର ଭାଙ୍ଗି ଦେଇ ଥିଲା ? କାଲି କଣ ଖାଇବି, ପୁଅ କେମିତି ମୋର ଭଲରେ ପାଠ ପଢିବ, ପରିବାର କେମିତି ସୁସ୍ଥ ରହିବ - ଗୁଡା ହେଉଛି, most of the people ଙ୍କ primary concern. ଯୁଦ୍ଧ ରୁ କଣ ମିଳିବ?  

କଣ ଯେ ଚାଲିଛି କିଛି ବୁଝି ହଉନି | ଲାଗୁଛି ଯେମିତି ଆମେ medieval times ରେ ଅଛୁ | 

ମାନେ ପଡେ ସେ quote ଟା - Edward O Wilson ଙ୍କ - 

The real problem of humanity is the following: We have Paleolithic emotions, medieval institutions and godlike technology. And it is terrifically dangerous, and it is now approaching a point of crisis overall. 

ସେଇଆ ହିଁ ହଉଛି | ଗୋଟେ ପାଗେଲାମୀ ଚାଲିଛି | Reality TV star ମାନେ world affair କୁ ଗୋଟେ entertainment ର ମଂଚ ବେନେଇ ସାରିଲେଣି | କିନ୍ତୁ ସେମାନେ ଭୁଲିଯାଉଛନ୍ତି , entertainment ମଝିରେ କେତେ ନିରୀହ ଜୀବନ ଚାଲି ଯାଉଛି | କିଛି ଦିନ ତଳେ ଆମେରିକାର missile ଭୁଲ ବସତହ ପଡିଲା Iran ର ଗୋଟେ primary school ଉପରେ, 170 କୁନି କୁନି ଝିଅ ଜଳି ମରିଗଲେ | କିଏ ଦାୟୀ? ପାଗଳ ରାଜା, ନା ତାଙ୍କର cheerleading ପ୍ରଜା, ନା ଆମ ଭଳି ନିରପେକ୍ଷ ଅକର୍ମଣ୍ୟ ଦ୍ରଷ୍ଟା?       


 
        

Thursday, March 12, 2026

ପୁଣି ଥରେ

ପୁଣି ଥରେ କିଛି ଲେଖିବାକୁ ଇଛା ହଉଛି | 

ଦିନ ଥିଲା ମୁଁ ସବୁ ଦିନ କିଛି ନ କିଛି ଲେଖୁଥିଲି | ଭଲ ହଉ , ମନ୍ଦ ହଉ | ନିଜ ମନ ଭିତରେ ଥିବା କେତେ କଥା, ଘଟୁ ଥିବା କେତେ ଘଟଣା, କେତେ observations , କେତେ interpretations ସବୁ କିଛି ଲେଖୁଥିଲି | କିନ୍ତୁ ଏବେ ଲେଖିବାକୁ ଇଛା ହଉନି | Primarily typing ଗୋଟେ ପ୍ରତିବନ୍ଧକ |  ଶୁଦ୍ଧ ଓଡ଼ିଆ ରେ ଲେଖିବା ମୁଁ ଅସମର୍ଥ | ତେଣୁ ଓଡ଼ିଆ ହିନ୍ଦୀ English ର ମିଶାମିଶି ଲେଖା ଗୋଟେ type କରିବା ଆରମ୍ଭ କରିଥିଲି କିଛି ବର୍ଷ ତଳେ | ଭଲ ବି ଲାଗୁଥିଲା | ମୁଁ ଯେମିତି କଥା ବାର୍ତା କରେ , ସେମିତି ଲେଖୁଥିଲି | ତେଣୁ ଭାବିବା ଟା easy ଥିଲା , କିନ୍ତୁ type କରିବା ଥିଲା କାଠିକର ପାଠ | ସେଥିପାଇଁ ବୀତସ୍ପୃହ ହେଇ ଗଲି |  କିନ୍ତୁ ମନ ଭିତରେ ଥିବା ଏତେ କଥା ଅବ୍ୟକ୍ତ ହେଇ ରହିଯିବାଟା ଗୋଟେ ଭଲ option ନୁହେଁ | AI ର ଦୁନିଆରେ ଯେତେବେଳେ ଭଲ ଭାବିବା ଆଉ ଲେଖିବା ଲୋକ ମାନେ AI ଉପରେ ଲଦି ଦେଲେନି, ସେଇ ପରିସ୍ଥିତି ରେ ନିଜ ମନ କୁ ବିଚଳିତ କରୁଥିବା ଚିନ୍ତାକୁ ପ୍ରକାଶ କରିବା , ଏବଂ ପରେ ନିଜେ ସେଇଟା ପଢି ନିଜକୁ ବୁଝିବାଟା ନିହାତି ଦରକାର। କିନ୍ତୁ ନିଜକୁ ଆଉ rules ଭିତରେ ମୁଁ ବାନ୍ଧିବାକୁ ମୁଁ ଚାହୁଁନି | ଯାହା ଯେତେବେଳେ ମନରେ ଆସିବ ଲେଖିବି | 

Thursday, January 23, 2025

Diary

ଆଶ୍ଚର୍ଯ୍ୟ କଥା। ୨୦ ଦିନ ହେଇ ଗଲାଣି, ତଥାପି ସବୁଦିନ ମୋର diary ଲେଖା ଚାଲିଛି । ମୋର track record ହେଉଛି, ମୁଁ କ୍ରମାଗତ ୫ ଦିନ ରୁ ଅଧିକ diary ଲେଖି ପାରିନି କୌଣସି ବର୍ଷ। ଆଜି ଏଇଆ ଖାଇଲି, ଆଜି ଏଇଆ ଦେଖିଲି, ଏଗୁଡା ଲେଖିବା boring . ଆଉ ନୂଆ ନୂଆ ଚିନ୍ତା ସବୁଦିନ କୋଉଠୁ ଆସିବ? ଆସିଲେ ବି ଲେଖିବାର ଧୈର୍ୟ ବା କାହା ପାଖରେ ଅଛି? କିନ୍ତୁ ଏଥରର କଥା ଅଲଗା। ୨୦ ଦିନ ହେଇ ଗଲାଣି, ନୂଆ diary ର କୌଣସି ପୃଷ୍ଠା ଖାଲି ରହିନି । ସବୁଦିନ କିଛି ନା କିଛି ଲେଖିଛି । କିଛି ଚିନ୍ତା, କିଛି ଅନୁଚିନ୍ତା। କିଛି observations, କିଛି confusions . ସେ ଯାହା ବି ହଉ । ୟାଡୁ ସ୍ୟାଡୁ ଲେଖା ଚାଲିଛି। 

ଲେଖିବା ଟା ନିହାତି ଦରକାର। ମନ ଭିତରେ ଥିବା ସବୁ କଥା ପ୍ରକାଶ ନ କରିହେଲେ ମଧ୍ୟେ, ବହୁତ କିଛି କୁ ଶବ୍ଦର ରୂପ ଦେବା ନିହାତି ଦରକାର । କାରଣ ସେହି ସ୍ମୃତି, ସେହି ଅନୁଭୂତି ନହେଲେ ସବୁଦିନ ପାଇଁ ହଜି ଯିବ ଯେ। ତେଣୁ, ଲେଖିବା ଟା ଆବଶ୍ୟକ , ଯେମିତି ନିଜ ମସ୍ତିସ୍କ ଭିତରକୁ ପଶି ଗୋଟେ ଫୋଟୋ ଉତ୍ତୋଳନ କରୁଛି । ସବୁ କିଛି capture ନହେଲେ ମଧ୍ୟେ , ବହୁତ କିଛି। ଭବିଷ୍ୟତ ପାଇଁ         

ଦେଖା ଯାଉ କେତେ ଦିନ ଏମିତି ଚାଲିଥିବ?