ବହି ପଢିବାକୁ ମୁଁ ମୋର hobby କହିବିନି, ସେଇଟା ଗୋଟେ ଏକରକମ passion କହିଲେ ଅତ୍ୟୁକ୍ତି ହବନି । କିନ୍ତୁ କିଛି ଦିନ ହେଲାଣି, because of addiciton to doom scrolling , ବହି ପଢିବାଟା ପୁରା ପୁରି କମି ଯାଇଛି | ଦୁଇ ତିନି ପୃଷ୍ଠା ପଢିଲେ, ହାତ ଟା ଆପେ ଆପେ mobile ଆଡକୁ ଚାଲିଯାଉଛି | 10min ଏପଟ ସେପଟ କଲା ପରେ ମାଡି ଆସେ ଘୋର guilt feeling । mobile ଟା ଦୁରକୁ ଫୋପାଡ଼ି ଦେଇ, ପୁଣି ବହି ଆଡକୁ ମନ ଦିଏ , କିନ୍ତୁ 5 min ପରେ ପୁଣି ଯୋଉ କଥାକୁ ସେଇ କଥା | meme ଆଉ ଫାଲତୁ comedy skits ଦେଖି ହସ ତ ଲାଗେନି, ଖାଲି ପ୍ରାପ୍ତି ହୁଏ ଅନୁତାପ | ତା'ହେଲେ ଏପରି ତୁଚ୍ଛ addiction କାହିଁକି?
ଏ ବୟସରେ ନିଜ ଉପରେ control ରଖିବା କଣ ସହଜ କଥା ? career tension , ଘର ଜଂଜାଳ କଥା, mid-life crisis - କେତେ କଣ ଚାଲିଛି ଜୀବନରେ | Mobile ଟା ହଉଛି ଗୋଟେ guilty pleasure । ତଥାପି, ଯେତେବେଳେ mobile addiciton ଛାଡି, ସମୟର ସଦୁପଯୋଗ କରି ଗୋଟେ routined and disciplined ଜୀବନ ଶୈଳୀକୁ ଆଦରିବାକୁ ଇଛା କରେ, ମନ ଭିତରେ ଥିବା ସୈତାନଟା ମତେ ଯେମିତି ତାଚ୍ଛଲ୍ୟ କରି କହେ - "ନହେଲେ ତ ପ୍ରଧାନମନ୍ତ୍ରୀ ହେଇଯାଇଥାନ୍ତୁ?" or "ରହ ରହ, କାଗଜ ଖଣ୍ଡେ ଦେ, ତତେ nobel ପୁରଷ୍କାର ପାଇଁ nominate କରୁଛି ଏବେ |"
ସତ କଥା ତ! କଣ ଉପାଡି ପକେଇବି ନହେଲେ, Doom Scrolling କରି ଯଦି ମୋତେ ଯଦି ତାମସିକ ଚେତନାକୁ କ୍ଷଣିକ pleasure ମିଳୁଛି , ସେଥିରେ ଅସୁବିଧା କଣ?
ନା ନା ଛି , କି କଥା ଇୟେ ?
ଦିନ ଥିଲା ମୁଁ ଗୋଟେ ଯୁଗାନ୍ତକାରୀ ଲେଖକ ବା ଦର୍ଶନିକ ହେବାର ସ୍ବପ୍ନ ଦେଖୁଥିଲି, ଏବେ କଣ ଫରକ ମୋ ଭିତରେ ଆଉ ସେ ଗାଁ ମୁଣ୍ଡରେ ବସି ଥିବା ବେକାର ଟୋକା ଯାହାର ଆଖି ଦିଟା ଖ୍ହେଁ ଖ୍ହେଁ ର ବିକଟାଳ ଶବ୍ଦ ବାହାର କରୁଥିବା mobile screen ଭିତରେ ପଶି ଯାଇ ଥାଏ ?
ଧିକ୍ ମତେ | ଧିକ୍ |
No comments:
Post a Comment