ଆଶ୍ଚର୍ଯ୍ୟ କଥା। ୨୦ ଦିନ ହେଇ ଗଲାଣି, ତଥାପି ସବୁଦିନ ମୋର diary ଲେଖା ଚାଲିଛି । ମୋର track record ହେଉଛି, ମୁଁ କ୍ରମାଗତ ୫ ଦିନ ରୁ ଅଧିକ diary ଲେଖି ପାରିନି କୌଣସି ବର୍ଷ। ଆଜି ଏଇଆ ଖାଇଲି, ଆଜି ଏଇଆ ଦେଖିଲି, ଏଗୁଡା ଲେଖିବା boring . ଆଉ ନୂଆ ନୂଆ ଚିନ୍ତା ସବୁଦିନ କୋଉଠୁ ଆସିବ? ଆସିଲେ ବି ଲେଖିବାର ଧୈର୍ୟ ବା କାହା ପାଖରେ ଅଛି? କିନ୍ତୁ ଏଥରର କଥା ଅଲଗା। ୨୦ ଦିନ ହେଇ ଗଲାଣି, ନୂଆ diary ର କୌଣସି ପୃଷ୍ଠା ଖାଲି ରହିନି । ସବୁଦିନ କିଛି ନା କିଛି ଲେଖିଛି । କିଛି ଚିନ୍ତା, କିଛି ଅନୁଚିନ୍ତା। କିଛି observations, କିଛି confusions . ସେ ଯାହା ବି ହଉ । ୟାଡୁ ସ୍ୟାଡୁ ଲେଖା ଚାଲିଛି।
ଲେଖିବା ଟା ନିହାତି ଦରକାର। ମନ ଭିତରେ ଥିବା ସବୁ କଥା ପ୍ରକାଶ ନ କରିହେଲେ ମଧ୍ୟେ, ବହୁତ କିଛି କୁ ଶବ୍ଦର ରୂପ ଦେବା ନିହାତି ଦରକାର । କାରଣ ସେହି ସ୍ମୃତି, ସେହି ଅନୁଭୂତି ନହେଲେ ସବୁଦିନ ପାଇଁ ହଜି ଯିବ ଯେ। ତେଣୁ, ଲେଖିବା ଟା ଆବଶ୍ୟକ , ଯେମିତି ନିଜ ମସ୍ତିସ୍କ ଭିତରକୁ ପଶି ଗୋଟେ ଫୋଟୋ ଉତ୍ତୋଳନ କରୁଛି । ସବୁ କିଛି capture ନହେଲେ ମଧ୍ୟେ , ବହୁତ କିଛି। ଭବିଷ୍ୟତ ପାଇଁ ।
ଦେଖା ଯାଉ କେତେ ଦିନ ଏମିତି ଚାଲିଥିବ?
No comments:
Post a Comment