Friday, June 26, 2026

ଅପେକ୍ଷା

 "ଏତେ ବେଳ ଯାଏ କୋଉଠି ଥିଲ ? ମୁଁ କେତେ ବେଳୁ wait କରିଛି ! ଯା' ମୁଁ ତମ ସାଙ୍ଗରେ କଥା ହେବିନି |" ତା' ସ୍ୱରରେ ଥିଲା କିଛି କୋହ ଆଉ କିଛି ଅଭିମାନ | ଦୁମ ଦୁମ ହେଇ ଘର ଭିତରକୁ ପଳେଇଲା |


"ଏତେ late କାହିଁକି ହେଲା? ମନ୍ଦିରରେ ଭିଡ ଥିଲା କି? " ବଡ ମା' ଆମକୁ ଘରକୁ ଡାକି ନେଲା ବେଳେ ପଚାରିଲେ |


ସୋଫା ରେ ବସି ପଚାରିଲି , "କୁଆଡେ ଗଲା ସେ?"


"କୋଉଠି ବସି ଥିବ ଭିତରେ ରୁଷି କି | ତୁମେ ଆଗ ଆସ କିଛି ଖାଇ ଦିଅ, ସେ ବଳେ ଆସିବନି|" ବଡ ମା' କହିଲେ |


ପ୍ରବଳ ଭୋକ କରୁଥିଲା | Dining table ରେ ବଢ଼ା ହେଇଥିବା ଲୋଭନୀୟ ଖାଦ୍ୟ ଦେଖି , କିଛି କ୍ଷଣ ତା' କଥା ଭୁଲି ଗଲି |

ପେଟରେ ଟିକେ ଖାଦ୍ୟ ପଡିଲା ପରେ ମନ ଶାନ୍ତ ହେଲା |


"ଆରେ ସେଠି କବାଟ ପାଖରେ କାହିଁକି ଠିଆ ହେଇଛୁ, ଭିତରକୁ ଆସୁନୁ |" ବଡ ମା' ତାକୁ ଡାକିଲେ |


ଦୌଡ଼ି ଦୌଡ଼ି ସେ ପୁଣି ଭିତରୁକୁ ପଳେଇଲା |


"ସକାଳ ଠାରୁ ଏପର୍ଯ୍ୟନ୍ତ କମସେକମ 200 ଥର ପଚାରି ସାରିଲାଣି 'କେବେ ଆସିବେ? କେବେ ଆସିବେ?' | Gate ପାଖରୁ ଟିକେ ବି ଘୁଞ୍ଚିନି | ଏବେ ତମମାନଙ୍କୁ ଦେଖି ଲାଜ କରୁଛି |" ହାସିଲେ ବଡ ମା' |


କିଛି ସମୟ ପରେ ଆସି ପହଁଚିଲା, ଗୋଟେ ବହି ଧରି | ତା' ହାତକୁ ଲକ୍ଷ କଲି | ହାତ ପାପୁଲି ନାଲି ପଡି ଯାଇଥିଲା | ଲୁହା Gate ରୁ ଓହଳି ଓହଳି ବୋଧେ | ଏଥର ଲାଜେଇ ଲାଜେଇ ପଚାରିଲା, " ବହିଟା ମତେ ଟିକେ ପଢ଼େଇ ଦବ?" ଏଥର ତା' କଥାରେ ଥିଲା ଆଉ ଅଭିମାନ | ସବୁ ରାଗ ରୋଷ ସତେ ଯେମିତି ଉଭେଇ ଯାଇଥିଲା | ଅପେକ୍ଷା କଷ୍ଟ ସେ ସମ୍ପୂର୍ଣ ଭୁଲି ଯାଇଥିଲା | ଆଖିରେ ଥିଲା କେବଳ ଆନନ୍ଦ | ବହୁ ଦିନ, ବହୁ ସମୟ ଅପେକ୍ଷା ପରେ କିଛି ମିଳି ଯାଇଥିବାର ଆନନ୍ଦ | କୋହ ଟା ପରିବର୍ତ୍ତନ ହେଇ ଯାଇଥିଲା ହସ ରେ | କେତେ ନିରୀହ ସେ ହସ ! ବେଶୀ କିଛି ଆଶା କରି ନଥିଲା ସେ | ଖାଲି ଚାହିଁ ଥିଲା ମୋର କିଛି ସମୟ | କିଛି ସାନିଧ୍ୟ | ବହୁତ କମ ସମୟ ହିଁ ବିତେଇ ପାରି ଥିଲି ତା' ସହିତ | ଯେତେ ବେଳେ ବିଦାୟ ନେଲି, ପୁଣି ଘର ଭିତରକୁ ଦୌଡ଼ି ପଳେଇଲା | ହୁଏତ ଚାହୁଁ ନଥିଲା କେହି ତା' ଲୁହ ଦେଖନ୍ତୁ ବୋଲି | Car drive କରିକି ଗଲା ବେଳେ ଦେଖିଲି ତାକୁ ଦୂରରୁ | ଆଖିରେ ଥିଲା ପ୍ରଶ୍ନ "ପୁଣି କେବେ ଆସିବ?"


ସେଦିନ ଥିଲା ମୋର ପ୍ରଥମ ଦେଖା - ଚାରି ବର୍ଷ ଆରାଧନା ସହିତ |


କେତେ ଦିନ ବିତି ଗଲାଣି | ତଥାପି ତା' ସେ Gate ରେ ଝୁଲି ଝୁଲି ଅପଲକ ନୟନରେ ଆମକୁ ଅପେକ୍ଷା କରି ରହିଥିବାର ଦୃଶ୍ୟ ମୁଁ ଭୁଲି ପାରୁନି |

ପୁଣି କେବେ ଦେଖା ହବ? 

ମୁଁ ଅପେକ୍ଷାରେ ରହିଛି | ସେଇ ନିରୀହ ନିଷ୍କପଟ ହସର, ଅଭିମାନ |

Wednesday, May 27, 2026

कल जो हम ना रहें , जश्न चलता रहे


कोई परवाना था किस्सों में, राग में
कोई किताब में, बिरहा की आग में
कान्हा, ये खेला है क्या?
खोल के पंख वो जब वन में उड़ा
रात में रोशनी तक हुआ बावरा
कान्हा, ये खेला है क्या?

ऐसा वो नादान था, आग से ही प्यार था
मौत भी जो आए तो वो हँस के मरे, 
आशिक़ाना
जश्न चलता रहे, मैं तुम्हारा
कल जो हम ना रहें 
आशिक़ाना


और कोई थी शमा, कोई आफ़ताब सी
बातें रबाब सी, कच्ची शराब सी
कान्हा, ये खेला है क्या?
नशा ऐसा चढ़ा, बेख़ुद हो गया
प्रेम की लपटों में परवाना खो गया
कान्हा, ये खेला है क्या?

जलते चिरागों में तू जो मिला
सूरज में पाया जो तेरा पता
चंदा में देखी जो तेरी छवि
पागल हुआ मैं, दीवाना हुआ
हमने माना दगा फिर करोगे नहीं
ये तो ग़ालिब को भी है पता
जब हो तुमको खबर, 'गर ना आऊँ नज़र
उसमें, जाना, मेरी क्या ख़ता

ऐसा मैं नादान था, आग से ही प्यार था
मौत भी जो आए तो हम हँस के मरे, 
आशिक़ाना
जश्न चलता रहे, मैं तुम्हारा
कल जो हम ना रहें 
आशिक़ाना
जश्न चलता रहे, मैं तुम्हारा


आ करके बैठो, 
अब ना सताओ
देखो, मेरी जान, 
हुई शाम है
आँसु को पोंछो, 
बाहों में आओ
कितनी, मेरी जान, 
तू परेशान है
ढल गई है घटा, 
उड़ गया है धुआँ
बाहों में आ सो जा, 
मुझमें तू गुम हो जा
कल को रिहा दो, 
ग़म को भुलाओ
देखो ना, कितना आराम है


ऐसा तू नादान था, आग से ही प्यार था
मौत भी जो आए तो तू हँस के मरे, 

आशिक़ाना
जश्न चलता रहे, मैं तुम्हारा
कल जो हम ना रहें 
आशिक़ाना
जश्न चलता रहे, मैं तुम्हारा
आशिक़ाना
जश्न चलता रहे, मैं तुम्हारा
कल जो हम ना रहें आशिक़ाना
जश्न चलता रहे, मैं तुम्हारा
आशिक़ाना
जश्न चलता रहे, मैं तुम्हारा


Two ways to learn

Came across this interesting take on the two ways to learn - 

Md Ali Jinnah's father told him, "You see, my boy, there are only two ways of learning in life. One is to trust the wisdom of your elders and their superior knowledge; to accept their advice; and to do exactly as they suggest.’ 

But his boy was not impressed; he wanted to know what the other way was. 

The other way is to go your own way, and to learn by making mistakes; to learn by hard knocks and kicks in life.

~ from the book Mr and Mrs Jinnah



Monday, May 11, 2026

ଵେଙ୍ଗାଲୁରୁ ଛତୁଆ

ବୋ ସେଦିନ କହିଲା "ତୁମ Bangalore ଛତୁଆ ଗୁଡା ଭାରି ବାଜେ | ଆମ ଓଡିଶା ଛତୁଆ କେତେ ଭଲ ! ନନାଙ୍କୁ ଏଗୁଡା ଜମା ଭଲ ଲାଗୁନି | "

ମୁଁ ଆଶ୍ଚର୍ଯ୍ୟ ହେଇ କହିଲି , "ଛତୁଆ ଆମ ଘରେ ନଥିଲା |"

"Last 3 ଦିନ ହେଲାଣି ରା ଏଇ ଡବାରେ ଥିବା ଛତୁ ମୁଁ ନନାଙ୍କୁ କଦଳୀ ଚକଟି ଦଉଛି |" - ବଡ କଳା ଡବା ଟିକୁ ଦେଖେଇ ବୋଉ କହିଲା |

ପେଟ କାଟିବା ଯାଏ ହସିଲି |

ଯା ହଉ ସେଇ ବାହାନାରେ ନନା ଟିକେ Protein Powder ଗୁଡା ଖାଇଦେଲେ , ନହେଲେ expiry date ପଳେଇଲା ପରେ ଫୋପଡ଼ା ହେଇଥାନ୍ତା ଭଲା |

Sunday, May 10, 2026

Words!!!

କାଲି ଗାଡ଼ିରେ ଆଉ ଗୋଟେ ପୁରୁଣା bollywood ଗୀତ ଶୁଣୁ ଶୁଣୁ ଭାବିଲି, ଏବେ ବି ମତେ ସେହି ସବୁ ଗୀତ ହିଁ କାହିଁକି ଭଲ ଲାଗୁଛି ଯୋଉଟା ଆଗରୁ ଲାଗୁଥିଲା | ଏତେ ଦିନ ପରେ ବି ମୋର taste evolve ହେଇନି? ଆଜି କାଲି ସବୁ ପ୍ରକାର ଗୀତକୁ ଅବାଧ access ଅଛି | ରେଡ଼ିଓ On କଲେ , ଖାଲି ସେଥିରେ ପଂଜାବୀ ଗୀତ | American ଆଉ Korean Pop music ଚାହିଦା GenZ ଆଉ GenAlpha generation ଉପରେ କିମିଆ କରିଛି | ତାହେଲେ, ମୁଁ କାହିଁକି ସବୁବେଳେ ସେହି Kishore, Aasha, Rafi, Lata, RD Burman ଙ୍କ ପଛରେ ପଡିଛି? ଏମିତି ନୁହେଁ ଯେ ମୁଁ try କରିନି? 20 ବର୍ଷ ତଳେ , English Rock ଆଉ Pop Music ଶୁଣିବା ପାଇଁ ବହୁ CD କିଣି, Lyrics ଘୋଷି ବହୁତ ଚେଷ୍ଟା କରିଥିଲି, Western music fan ହବା ପାଇଁ | ବହୁ ସମୟ ଆଉ ଅର୍ଥ ହାନି ପରେ, ପୁଣି ଫେରି ଆସି ଥିଲି ମୋର Sonu Niigam, Shreya Ghoshal, Kumar Sanu, Alka Yagnik ଙ୍କ ପାଖକୁ | କାହିଁକି? ଯୋଉ ସଂଗୀତ କୁ କୋଟି କୋଟି ଦେଶ ବିଦେଶର ଲୋକ ପାଗଳଙ୍କ ଭଳିଆ ଶୁଣନ୍ତି, ମୁଁ ତାକୁ appreciate କରି ପାରୁନି କାହିଁକି?

ଆଉ ହିନ୍ଦୀ ଗୀତ ସବୁ ମୁଁ ବାରମ୍ବାର ବାରମ୍ବାର ଶୁଣି ଚାଲିଛି| କାହିଁକି? Nostalgia? Familiarity? Associativity?


ଠିକ ସେତିକିବେଳେ, ପଛ seat ରେ କାନ ରେ earphone ଦେଇ ବସିଥିବା ମୋ ଝିଅ ଗୁଣୁଗୁଣେଇଲା , "don't you love me like i love you baby ?" ... ଆଉ ମୋ car stereo ରେ ବାଜୁଥିଲା , "कोई खलिश है हवाओं में बिन तेरे" ...

खलिश - This is not an usual word.

ତା' ପରେ ବାଜିଲା - ये दिल तुम बिन कहीं लगता नहीं हम क्या करें, तसव्वुर मे कोइ बसता नही हम क्या करें 

तसव्वुर - Not a daily-use word. 

Then, it struck me.

It is not only the music. It is not only the voice. It is the words.

More than - Kishore, Lata and Kumar Sanu, it is Sahir Ludhiwanvi. It is Gulzar. It is Javed Akhtar. It is Prasoon Joshi.


ଶବ୍ଦ, ଅର୍ଥ, ଭାବ - ସେ ଗୁଡା ହିଁ ମତେ ପ୍ରଭାବିତ କରିଛି |

Western Music ରେ କେବଳ every-day usage words ସବୁ use ହେଉଥିଲାବେଳେ, ଆମର ପ୍ରିୟ poets ମାନେ ଏମିତି ଏମିତି ଶବ୍ଦ , ଏମିତିଆ phrases , ଏତେ ହୃଦୟସ୍ପର୍ଶୀ ଭାବ, ଏତେ ଗଭୀର ଚିନ୍ତା, ଗୀତ ସବୁ ରେ ଖଞ୍ଜି ଦେଇଛନ୍ତି , ଶୁଣିଲେ ଆମ ଭିତରେ ଗୋଟେ ଅଜିବ ଶିହରଣ ସୃଷ୍ଟି କରେ |


ଶବ୍ଦ ଆଉ ଭାବ ଚାତୁରୀ ସହ ତାଳ ଆଉ ସ୍ୱର ଯାଦୁଗରୀ - Long Live Indian Music.


हज़ारों ख़्वाहिशें ऐसी कि हर ख़्वाहिश पे दम निकले |

Monday, April 27, 2026

Humbled

ଶତାବ୍ଦୀର ମହାନାୟକ - Big B | ଅମିତାଭ ବଚ୍ଚନ |

ସବୁ ରବିବାର ସନ୍ଧ୍ୟା ପାଞ୍ଚଟା ପରି ସେଦିନ ବି ଥିଲା ତା'ଙ୍କ gate ସାମ୍ନାରେ ଗହଳି | ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଶହ ଶହ ଲୋକ ଗୁଗୁଳିଆ ଖରାରେ ଝାଳ ନାଳ ହୋଇ ଅପଲକ ନୟନରେ ଚାହିଁ ରହି ଥିଲେ | ମୁଁ ବି ଯୋଗ ଦେଲି ସେହି ଜନ ସମୁଦ୍ରରେ - ଦେଶର ବିଭିନ୍ନ ପ୍ରାନ୍ତରୁ ଆସି ଥିବା 8 ରୁ 80 ବର୍ଷ ବୟସ୍କ ପର୍ଯ୍ୟନ୍ତ | ସମସ୍ତେ ଆବେଗ ରେ ଚାହିଁ ରହିଥିଲେ ତା'ଙ୍କ ଦର୍ଶନାର୍ଥେ - ଯିଏ ପରଦା ଉପରେ Angry Young Man, ଏବଂ ପରଦା ପଛରେ humble fighter image ଦ୍ୱାରା ପ୍ରଭାବିତ କରିଥିଲେ ମୋ ଭଳି କୋଟି କୋଟି ଗୁଣଗ୍ରାହୀ ମାନଙ୍କୁ |


ଠିକ ସାଢେ ପାଞ୍ଚଟା ରେ gate ଖୋଲିଲା | ସାମ୍ନାକୁ ଆସିଲେ Big B | ସତେ ଯେମିତି ଗୋଟେ Aura ଥିଲା ତା'ଙ୍କ Personality ରେ | ହାତ ହଲେଇ ଅଭିବାଦନ କଲେ | ମୁଖରେ ଥିବା ତେଜ ତାଙ୍କର ବୟସକୁ ଲୁକ୍କାୟିତ କରିଥିଲା | ଦେଢ଼ ମିନିଟ ରହିଲେ ସେ ତା'ଙ୍କ fans ଙ୍କ ସାମ୍ନା ରେ | କିନ୍ତୁ ସେଇ ଦେଢ଼ ମିନିଟ ଗୋଟେ ଅପୂର୍ବ ରୋମାଞ୍ଚ ଆଣି ଥିଲା ମନ ଭିତରେ | ସତରେ ଯେମିତି ମୁଁ ଜଣେ ଭଗବାନଙ୍କୁ ଦେଖୁଛି |



ସେ ଚାଲିଗଲା ପରେ ମୁଁ ଭାବିଲି , କାହିଁକି ସେ ଦେଢ଼ ମିନିଟ ଦେଖା ମତେ ଏତେ ପ୍ରଭାବିତ କରି ଥିଲା | କେତେ actors , କେତେ writers , କେତେ influencers ଙ୍କୁ ମୁଁ ଆଗରୁ ଦେଖିଛି | କେହି ମତେ ଏତେ ପ୍ରଭାବିତ କରି ପାରି ନଥିଲେ |

କଣ ଥିଲା ଅମିତାଭଙ୍କ ପାଖରେ ? Towering Personality? Legacy ?

ନା |

ସେଦିନ ମତେ ପ୍ରଭାବିତ କରିଥିଲା ମତେ ତାଙ୍କର ଆଖି ଏବଂ body language.

ବହୁତ actors ମାନେ କୁହନ୍ତି - I am because of my fans. ମୋ fans ଅଛନ୍ତି ମୁଁ ଅଛି |

କିନ୍ତୁ ସେ gratitude ଟା ସତରେ ପ୍ରସ୍ଫୁଟିତ ହଉଥିଲା ଅମିତାଭଙ୍କ ଆଖିରେ |

His humility appeared so genuine.

କେଡେ ମହାନ ମଣିଷ ଆଉ ତେ humble?


What an inspiration!!!