... this is it what it is. What it meant to be. What it would have been. What it could be.
Acquired Taste
ଜଣେ ବାତୁଳର ଉଦ୍ଭଟ ପରିକଳ୍ପନା ଓ ଚିନ୍ତାଧାରା
Sunday, September 20, 2026
Which feeling is worse...
....the feeling of never having achieved your full potential, far far away from your desires?
or
... the realisation that you are already at your peak, and yet so far from your imagined potential?
Friday, September 11, 2026
ADLD
ଦୁଇ sip ପି, ହଠାତ ଭାବପ୍ରବଣ ହେଇ କହିଲି,
"ଏ midlife crisis ଟା ଜୀବନରେ କେତେ ଥର ଆସେ ଯେ?
ନା ଥରେ ଆସିଲେ, ଆଉ ଯାଏନି ... ଦୀର୍ଘ ଦିନ ଧରି?
ମଝିରେ ମଝିରେ busy life ରେ ହୁଏତ ଭୁଲି ହେଇ ଯାଏ, ଯେ ମୋର midlife crisis ଚାଲିଛି ବୋଲି| ନହେଲେ ଏ ସଂକ୍ରମଣ ଟା ଥରେ ଗ୍ରାସ କଲେ, ଆଉ ନିସ୍ତାର ନାହିଁ?
ସବୁ ବେଳେ ଲାଗି ରହିଥିବ?
Internet definition ଅନୁସାରେ Midlife Crisis ଟା ଗୋଟେ ରକମ psychological state
"A midlife crisis is often defined as a period of self-reflection and emotional turbulence that some middle-aged adult, typically between 40 and 65, experience. One common belief about this stage of life is that you should expect to face inner turmoil about your identity, life choices, and mortality."
ହଁ ସେଇଆ ଚାଲିଛି ମୋ ମୁଣ୍ଡରେ -
କଣ ପାଇଁ? କାହିଁକି?
ଯଦି race ରେ ଜିତିବା ଅଭିପ୍ରାୟ ମୋର ନାହିଁ, ତା ହେଲେ race ରେ ମୁଁ ଦୌଡୁଛି କାହିଁକି?
यह दुनिया अगर मिल भी जाये तो क्या है?
କିନ୍ତୁ, ନ ଦୌଡ଼ିବାର ଅବକାଶ ଅଛି କି?
ମଣିଷ ବଞ୍ଚିଛି ଯେତେବେଳେ, ଗୋଡ ଦୁଇଟା ଯେତେବେଳେ ଅଛି, ଆଉ most importantly, race track ଛାଡି ଯିବା ସହଜ ନୁହେଁ , ତ, ଦଉଡି଼ବାକୁ ତ ପଡୁଛି, ଆଉ ପଡୁ ଥିବ |
Social obligation ଗୋଟେ ବାହାନା, racetrack ଛାଡି ଯାଇ ଅନିଶ୍ଚିତତାର ଘନ ଜଙ୍ଗଲରେ ହଜି ଯିବା ର ଭୟ ଟା ହଉଛି reality.
ଏବେ ମୁଁ ଦଉଡ଼ୁନି | ଭାସି ଚାଲିଛି | ଠେଲା ପେଲା ରେ , ମଣିଷ ମାନଙ୍କ ସ୍ରୋତରେ | ସ୍ଵତପ୍ରବୃତ୍ତ ଭାବରେ |
କିନ୍ତୁ, ଏବେ ସେ ପୁରୁଣା ଜିନିଷ ଯାହା ସବୁ ମତେ ଆନନ୍ଦ ଦେଉଥିଲା, ସେଥିରୁ ବି ବୀତସ୍ପୃହ ହେଲିଣି |
ଦୀର୍ଘ ସମୟ ଧରି ବହି ପଢି ପାରୁନି | ଗୋଟେ complete movie ଆରମ୍ଭ ରୁ ଶେଷ ଯାଏ କେବେ ଦେଖିଥିଲି ମନେ ନାହିଁ | ବୁଲିବାକୁ ଇଛା ହଉନି | କଣ ହଉଛି ଏ? "
"ADHD ହେଲାଣି | Doomscrolling ର ଏଇଟା ହଉଛି inevitable consequence ," କହିଲା Sarah
"ADLD rather" କହିଲା Pongalswamy.
"ସେଇଟା ପୁଣି କଣ?"
"Hyperactivity ନୁହେଁ ସେ Lethargy ର ଶିକାର"
ସମସ୍ତେ ହସି ଉଠିଲେ |
Friday, June 26, 2026
ଅପେକ୍ଷା
"ଏତେ ବେଳ ଯାଏ କୋଉଠି ଥିଲ ? ମୁଁ କେତେ ବେଳୁ wait କରିଛି ! ଯା' ମୁଁ ତମ ସାଙ୍ଗରେ କଥା ହେବିନି |" ତା'ର ସ୍ୱରରେ ଥିଲା କିଛି କୋହ ଆଉ କିଛି ଅଭିମାନ | ଦୁମ ଦୁମ ହେଇ ଘର ଭିତରକୁ ପଳେଇଲା |
"ଏତେ late କାହିଁକି ହେଲା? ମନ୍ଦିରରେ ଭିଡ ଥିଲା କି? " ବଡ ମା' ଆମକୁ ଘରକୁ ଡାକି ନେଲା ବେଳେ ପଚାରିଲେ |
ସୋଫା ରେ ବସି ପଚାରିଲି , "କୁଆଡେ ଗଲା ସେ?"
"କୋଉଠି ବସି ଥିବ ଭିତରେ ରୁଷି କି | ତୁମେ ଆଗ ଆସ କିଛି ଖାଇ ଦିଅ, ସେ ବଳେ ଆସିବନି|" ବଡ ମା' କହିଲେ |
ପ୍ରବଳ ଭୋକ କରୁଥିଲା | Dining table ରେ ବଢ଼ା ହେଇଥିବା ଲୋଭନୀୟ ଖାଦ୍ୟ ଦେଖି , କିଛି କ୍ଷଣ ତା' କଥା ଭୁଲି ଗଲି |
ପେଟରେ ଟିକେ ଖାଦ୍ୟ ପଡିଲା ପରେ ମନ ଶାନ୍ତ ହେଲା |
"ଆରେ ସେଠି କବାଟ ପାଖରେ କାହିଁକି ଠିଆ ହେଇଛୁ, ଭିତରକୁ ଆସୁନୁ |" ବଡ ମା' ତାକୁ ଡାକିଲେ |
ଦୌଡ଼ି ଦୌଡ଼ି ସେ ପୁଣି ଭିତରୁକୁ ପଳେଇଲା |
"ସକାଳ ଠାରୁ ଏପର୍ଯ୍ୟନ୍ତ କମସେକମ 200 ଥର ପଚାରି ସାରିଲାଣି 'କେବେ ଆସିବେ? କେବେ ଆସିବେ?' | Gate ପାଖରୁ ଟିକେ ବି ଘୁଞ୍ଚିନି | ଏବେ ତମମାନଙ୍କୁ ଦେଖି ଲାଜ କରୁଛି |" ହାସିଲେ ବଡ ମା' |
କିଛି ସମୟ ପରେ ଆସି ପହଁଚିଲା, ଗୋଟେ ବହି ଧରି | ତା' ହାତକୁ ଲକ୍ଷ କଲି | ହାତ ପାପୁଲି ନାଲି ପଡି ଯାଇଥିଲା | ଲୁହା Gate ରୁ ଓହଳି ଓହଳି ବୋଧେ | ଏଥର ଲାଜେଇ ଲାଜେଇ ପଚାରିଲା, "ଏ ବହିଟା ମତେ ଟିକେ ପଢ଼େଇ ଦବ?" ଏଥର ତା' କଥାରେ ନ ଥିଲା ଆଉ ଅଭିମାନ | ସବୁ ରାଗ ରୋଷ ସତେ ଯେମିତି ଉଭେଇ ଯାଇଥିଲା | ଅପେକ୍ଷାର କଷ୍ଟ ସେ ସମ୍ପୂର୍ଣ ଭୁଲି ଯାଇଥିଲା | ଆଖିରେ ଥିଲା କେବଳ ଆନନ୍ଦ | ବହୁ ଦିନ, ବହୁ ସମୟ ଅପେକ୍ଷା ପରେ କିଛି ମିଳି ଯାଇଥିବାର ଆନନ୍ଦ | କୋହ ଟା ପରିବର୍ତ୍ତନ ହେଇ ଯାଇଥିଲା ହସ ରେ | କେତେ ନିରୀହ ସେ ହସ ! ବେଶୀ କିଛି ଆଶା କରି ନଥିଲା ସେ | ଖାଲି ଚାହିଁ ଥିଲା ମୋର କିଛି ସମୟ | କିଛି ସାନିଧ୍ୟ | ବହୁତ କମ ସମୟ ହିଁ ବିତେଇ ପାରି ଥିଲି ତା' ସହିତ | ଯେତେ ବେଳେ ବିଦାୟ ନେଲି, ପୁଣି ଘର ଭିତରକୁ ଦୌଡ଼ି ପଳେଇଲା | ହୁଏତ ଚାହୁଁ ନଥିଲା କେହି ତା'ର ଲୁହ ଦେଖନ୍ତୁ ବୋଲି | Car drive କରିକି ଗଲା ବେଳେ ଦେଖିଲି ତାକୁ ଦୂରରୁ | ଆଖିରେ ଥିଲା ପ୍ରଶ୍ନ "ପୁଣି କେବେ ଆସିବ?"
ସେଦିନ ଥିଲା ମୋର ପ୍ରଥମ ଦେଖା - ଚାରି ବର୍ଷର ଆରାଧନା ସହିତ |
କେତେ ଦିନ ବିତି ଗଲାଣି | ତଥାପି ତା'ର ସେ Gate ରେ ଝୁଲି ଝୁଲି ଅପଲକ ନୟନରେ ଆମକୁ ଅପେକ୍ଷା କରି ରହିଥିବାର ଦୃଶ୍ୟ ମୁଁ ଭୁଲି ପାରୁନି |
ପୁଣି କେବେ ଦେଖା ହବ?
ମୁଁ ଅପେକ୍ଷାରେ ରହିଛି | ସେଇ ନିରୀହ ନିଷ୍କପଟ ହସର, ଅଭିମାନର |
Wednesday, May 27, 2026
कल जो हम ना रहें , जश्न चलता रहे
कोई किताब में, बिरहा की आग में
कान्हा, ये खेला है क्या?
खोल के पंख वो जब वन में उड़ा
रात में रोशनी तक हुआ बावरा
कान्हा, ये खेला है क्या?
मौत भी जो आए तो वो हँस के मरे,
जश्न चलता रहे, मैं तुम्हारा
कल जो हम ना रहें
और कोई थी शमा, कोई आफ़ताब सी
बातें रबाब सी, कच्ची शराब सी
कान्हा, ये खेला है क्या?
नशा ऐसा चढ़ा, बेख़ुद हो गया
प्रेम की लपटों में परवाना खो गया
कान्हा, ये खेला है क्या?
जलते चिरागों में तू जो मिला
सूरज में पाया जो तेरा पता
चंदा में देखी जो तेरी छवि
पागल हुआ मैं, दीवाना हुआ
हमने माना दगा फिर करोगे नहीं
ये तो ग़ालिब को भी है पता
जब हो तुमको खबर, 'गर ना आऊँ नज़र
उसमें, जाना, मेरी क्या ख़ता
मौत भी जो आए तो हम हँस के मरे,
आशिक़ाना
जश्न चलता रहे, मैं तुम्हारा
कल जो हम ना रहें
आशिक़ाना
जश्न चलता रहे, मैं तुम्हारा
आ करके बैठो,
अब ना सताओ
देखो, मेरी जान,
हुई शाम है
आँसु को पोंछो,
बाहों में आओ
कितनी, मेरी जान,
तू परेशान है
ढल गई है घटा,
उड़ गया है धुआँ
बाहों में आ सो जा,
मुझमें तू गुम हो जा
कल को रिहा दो,
ग़म को भुलाओ
देखो ना, कितना आराम है
ऐसा तू नादान था, आग से ही प्यार था
मौत भी जो आए तो तू हँस के मरे,
जश्न चलता रहे, मैं तुम्हारा
कल जो हम ना रहें
आशिक़ाना
जश्न चलता रहे, मैं तुम्हारा
आशिक़ाना
जश्न चलता रहे, मैं तुम्हारा
कल जो हम ना रहें आशिक़ाना
जश्न चलता रहे, मैं तुम्हारा
आशिक़ाना
जश्न चलता रहे, मैं तुम्हारा
Two ways to learn
Came across this interesting take on the two ways to learn -
Md Ali Jinnah's father told him, "You see, my boy, there are only two ways of learning in life. One is to trust the wisdom of your elders and their superior knowledge; to accept their advice; and to do exactly as they suggest.’
But his boy was not impressed; he wanted to know what the other way was.
‘The other way is to go your own way, and to learn by making mistakes; to learn by hard knocks and kicks in life.’
~ from the book Mr and Mrs Jinnah.
Monday, May 11, 2026
ଵେଙ୍ଗାଲୁରୁ ଛତୁଆ
ବୋଉ ସେଦିନ କହିଲା "ତୁମ Bangalore ର ଛତୁଆ ଗୁଡା ଭାରି ବାଜେ | ଆମ ଓଡିଶା ଛତୁଆ କେତେ ଭଲ ! ନନାଙ୍କୁ ଏଗୁଡା ଜମା ଭଲ ଲାଗୁନି | "
ମୁଁ ଆଶ୍ଚର୍ଯ୍ୟ ହେଇ କହିଲି , "ଛତୁଆ ତ ଆମ ଘରେ ନଥିଲା |"
"Last 3 ଦିନ ହେଲାଣି ପରା ଏଇ ଡବାରେ ଥିବା ଛତୁଆ ମୁଁ ନନାଙ୍କୁ କଦଳୀ ଚକଟି ଦଉଛି |" - ବଡ କଳା ଡବା ଟିକୁ ଦେଖେଇ ବୋଉ କହିଲା |
ପେଟ କାଟିବା ଯାଏ ହସିଲି |
ଯା ହଉ ସେଇ ବାହାନାରେ ନନା ଟିକେ Protein Powder ଗୁଡା ତ ଖାଇଦେଲେ , ନହେଲେ expiry date ପଳେଇଲା ପରେ ଫୋପଡ଼ା ହେଇଥାନ୍ତା ଭଲା |