Monday, April 27, 2026

Humbled

ଶତାବ୍ଦୀର ମହାନାୟକ - Big B | ଅମିତାଭ ବଚ୍ଚନ |

ସବୁ ରବିବାର ସନ୍ଧ୍ୟା ପାଞ୍ଚଟା ପରି ସେଦିନ ବି ଥିଲା ତା'ଙ୍କ gate ସାମ୍ନାରେ ଗହଳି | ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଶହ ଶହ ଲୋକ ଗୁଗୁଳିଆ ଖରାରେ ଝାଳ ନାଳ ହୋଇ ଅପଲକ ନୟନରେ ଚାହିଁ ରହି ଥିଲେ | ମୁଁ ବି ଯୋଗ ଦେଲି ସେହି ଜନ ସମୁଦ୍ରରେ - ଦେଶର ବିଭିନ୍ନ ପ୍ରାନ୍ତରୁ ଆସି ଥିବା 8 ରୁ 80 ବର୍ଷ ବୟସ୍କ ପର୍ଯ୍ୟନ୍ତ | ସମସ୍ତେ ଆବେଗ ରେ ଚାହିଁ ରହିଥିଲେ ତା'ଙ୍କ ଦର୍ଶନାର୍ଥେ - ଯିଏ ପରଦା ଉପରେ Angry Young Man, ଏବଂ ପରଦା ପଛରେ humble fighter image ଦ୍ୱାରା ପ୍ରଭାବିତ କରିଥିଲେ ମୋ ଭଳି କୋଟି କୋଟି ଗୁଣଗ୍ରାହୀ ମାନଙ୍କୁ |


ଠିକ ସାଢେ ପାଞ୍ଚଟା ରେ gate ଖୋଲିଲା | ସାମ୍ନାକୁ ଆସିଲେ Big B | ସତେ ଯେମିତି ଗୋଟେ Aura ଥିଲା ତା'ଙ୍କ Personality ରେ | ହାତ ହଲେଇ ଅଭିବାଦନ କଲେ | ମୁଖରେ ଥିବା ତେଜ ତାଙ୍କର ବୟସକୁ ଲୁକ୍କାୟିତ କରିଥିଲା | ଦେଢ଼ ମିନିଟ ରହିଲେ ସେ ତା'ଙ୍କ fans ଙ୍କ ସାମ୍ନା ରେ | କିନ୍ତୁ ସେଇ ଦେଢ଼ ମିନିଟ ଗୋଟେ ଅପୂର୍ବ ରୋମାଞ୍ଚ ଆଣି ଥିଲା ମନ ଭିତରେ | ସତରେ ଯେମିତି ମୁଁ ଜଣେ ଭଗବାନଙ୍କୁ ଦେଖୁଛି |



ସେ ଚାଲିଗଲା ପରେ ମୁଁ ଭାବିଲି , କାହିଁକି ସେ ଦେଢ଼ ମିନିଟ ଦେଖା ମତେ ଏତେ ପ୍ରଭାବିତ କରି ଥିଲା | କେତେ actors , କେତେ writers , କେତେ influencers ଙ୍କୁ ମୁଁ ଆଗରୁ ଦେଖିଛି | କେହି ମତେ ଏତେ ପ୍ରଭାବିତ କରି ପାରି ନଥିଲେ |

କଣ ଥିଲା ଅମିତାଭଙ୍କ ପାଖରେ ? Towering Personality? Legacy ?

ନା |

ସେଦିନ ମତେ ପ୍ରଭାବିତ କରିଥିଲା ମତେ ତାଙ୍କର ଆଖି ଏବଂ body language.

ବହୁତ actors ମାନେ କୁହନ୍ତି - I am because of my fans. ମୋ fans ଅଛନ୍ତି ମୁଁ ଅଛି |

କିନ୍ତୁ ସେ gratitude ଟା ସତରେ ପ୍ରସ୍ଫୁଟିତ ହଉଥିଲା ଅମିତାଭଙ୍କ ଆଖିରେ |

His humility appeared so genuine.

କେଡେ ମହାନ ମଣିଷ ଆଉ ତେ humble?


What an inspiration!!!

Sunday, April 5, 2026

Intellectually Inadequate

 ଆଜି bookclub meetingରେ 2ଟା question ପଚାରିଲି -
  • Do we sometimes feel intellectually inadequate ?
  • Do we sometimes pretend to appreciate something, even if we don't like or understand it, just not to appear stupid in front of others?

Now , ପ୍ରଥମ question ଟା answer , ମୋ ପାଇଁ ବହୁତ ସହଜ | Sometimes ନୁହେଁ , manytimes . ସେଥିରେ ଲଜ୍ଜ୍ୟା ନାହିଁ | I am no genius. Neither superintelligent. I might put myself, slightly above average. Not because of my cerebral superiority, but, just because of intellectual curiousity. ସେ curiousity ବି ଧୀରେ ଧୀରେ କମି କମି ଚାଲିଲାଣି | ସମୟ ନାହିଁ, ସମୟ ଥିଲେ ଧର୍ଯ୍ୟ ନାହିଁ, ଧର୍ଯ୍ୟ ଥିଲେ, ସ୍ପୃହା ନାହିଁ | Whatever be the reason , ultimately I have accepted my limitations. I am not cut for that pursuit. Disappointed, yes, Disheartened, no.
ଦ୍ଵିତୀୟ question ଟା controversial . ଯାହାକୁ ପଚାରିବେ, ସେ କହିବା - ମୁଁ ସେଇୟା ନୁହେଁ | ମୁଁ brutally honest . ଯାହା ମତେ ଭଲ ଲାଗେ, ଯାହା ମୁଁ ବୁଝି ପରେ, ମୁଁ ସେଇଟା publicly admit କରିବାରେ କୁଣ୍ଠାବୋଧ କରେ ନାହିଁ | Is it true, though? Bookclub ଜଣେ regular participant, ବର୍ଣାଳୀ ମାଡାମ ପଚାରିଲେ - 'ଆମ ମାନଙ୍କର ଗୋଟେ public personality ଅଛି, ଯୋଉଟା ଆମେ carry କରିଥାଉ | ଆଉ ଯଦି ସେଇଟା ଗୋଟେ matured intellectual ହେଇଥାଏ, ତାହେଲେ, ଗୋଟେ widely accepted intelelctual work କୁ ବୁଝି ନପାରିଥିବାର ନିଜର ଅସମର୍ଥତା ପ୍ରକାଶ କରି ନିଜର image କୁ ତଳେ ପକେଇବାର ଯଥାର୍ଥତା କେତେ ? '
ସତ କଥା | Publicly ଚୁପ ରହିବା ସେତେବେଳେ ଶ୍ରେୟସକର | As long as you don't lie to yourself. You can't lie to your mirror, can you?