ଗପଟି ପଢି ସରିଲା ପରେ, ମୋ ଆଖିଟା ଜକେଇ ଆସିଲା | ଭାବନା ରାଇଜରେ କିଛି ସମୟ ବୁଲିଲା ପରେ, ନିଜକୁ ସଂଯତ କରି ମୁଁ ବହିରେ ଥିବା ତା' ପରବର୍ତ୍ତୀ ଗପଟି ପଢ଼ିବା ଆରମ୍ଭ କଲି | ପଢି ସରିଲା ପରେ ବହିଟି ତଳେ ରଖି ଦେଇ ମୁଣ୍ଡ ରେ ହାତ ଦେଇ ବସିଲି | ଲୁହ ଧାରା କୋହର ବନ୍ଧନ ଭାଙ୍ଗି ବୋହିବା ଆରମ୍ଭ କଲା |
ନା ନା | ଗପ ଦୁଇଟି ର ପୃଷ୍ଠଭୂମି ହୃଦୟ ବିଦାରକ ନଥିଲା, ନା ଥିଲା କାହାଣୀ ରେ ମନକୁ ମ୍ରିୟମାଣ କରିବା ର କ୍ଷମତା | Rather, the stories were quite imaginative mixing fantasy with philosophy. Problem ଟା ହଉଛି - ମୁଁ ବିଶେଷ କିଛି ବୁଝି ପାରିଲିନି | ଯେତିକି ବୁଝିଲି, ସେତିକି appreciate କରି ପାରିଲିନି | ଯେତିକି appreciate କଲି, ସେତିକି ହୃଦୟଙ୍ଗମ କରିପାରିଲିନି | ସତେ ଯେମିତି ମୋର intellectual capability ର ପରିସମାପ୍ତି ଘଟିଲା ସେ ଗଳ୍ପ ଦୁଇଟା ରେ |
ତେବେ ମୁଁ କାନ୍ଦିଲି କାହିଁକି?
20 ବର୍ଷ ତଳେ, ଯେତେବେଳେ ଏମିତିଆ କିଛି ଗପ ବା essay ମୁଁ ପଢ଼ୁଥିଲି, ଆଉ ମୋ ମୁଣ୍ଡ ଉପରେ ସେଇଟା tangent ଭଳିଆ ପଳାଉଥିଲା, ମୁଁ ନିଜକୁ ବୁଝାଉଥିଲି , 'କିଛି ବ୍ୟସ୍ତ ନାହିଁ | ଏବେ ମୋର ବୟସ ବା କେତେ? ମୁଁ ଆଉ ଟିକେ matured ହୁଏ, ମୋର knowledge ଆଉ ଟିକେ ବଢ଼ୁ, ଏ କଣ ଆର ବାପା ଭଳିଆ concept ବି ଆସିଲେ, ମୁଁ ତାକୁ ପାଣି ଭଳିଆ ପି ଯିବି |' କିନ୍ତୁ ଏବେ? 46 years ବୟସରେ ସେ scope ଆଉ ନାହିଁ | ଏବେ ଯଦି ବୁଝି ପାରୁନି , କେବେ ବି ଆଉ ବୁଝି ପାରିବିନି ର ନିରାଶଜନକ ଉପଲବ୍ଧି ରେ କାନ୍ଦିବିନି ଆଉ କଣ ହସିବି? Honey Siingh କୁ Pandit Ravi Shankar ଙ୍କ concert ରେ ଛାଡି ଦେଲେ, ତା'କୁ ଯେମିତି ଲାଗିବ, ମତେ ସେମିତି ଲାଗୁଛି ଏବେ ବୋଧ ହୁଏ | ନିଜର Shortcomings ର ବୋଝ ତଳେ ମୁଁ ଦବି ହେଇ ଯାଉଛି |
Pongalswamy କହିଲା, "साला नौटंकी, घड़ी-घड़ी ड्रामा करता है।"
No comments:
Post a Comment