"ଏତେ ବେଳ ଯାଏ କୋଉଠି ଥିଲ ? ମୁଁ କେତେ ବେଳୁ wait କରିଛି ! ଯା' ମୁଁ ତମ ସାଙ୍ଗରେ କଥା ହେବିନି |" ତା'ର ସ୍ୱରରେ ଥିଲା କିଛି କୋହ ଆଉ କିଛି ଅଭିମାନ | ଦୁମ ଦୁମ ହେଇ ଘର ଭିତରକୁ ପଳେଇଲା |
"ଏତେ late କାହିଁକି ହେଲା? ମନ୍ଦିରରେ ଭିଡ ଥିଲା କି? " ବଡ ମା' ଆମକୁ ଘରକୁ ଡାକି ନେଲା ବେଳେ ପଚାରିଲେ |
ସୋଫା ରେ ବସି ପଚାରିଲି , "କୁଆଡେ ଗଲା ସେ?"
"କୋଉଠି ବସି ଥିବ ଭିତରେ ରୁଷି କି | ତୁମେ ଆଗ ଆସ କିଛି ଖାଇ ଦିଅ, ସେ ବଳେ ଆସିବନି|" ବଡ ମା' କହିଲେ |
ପ୍ରବଳ ଭୋକ କରୁଥିଲା | Dining table ରେ ବଢ଼ା ହେଇଥିବା ଲୋଭନୀୟ ଖାଦ୍ୟ ଦେଖି , କିଛି କ୍ଷଣ ତା' କଥା ଭୁଲି ଗଲି |
ପେଟରେ ଟିକେ ଖାଦ୍ୟ ପଡିଲା ପରେ ମନ ଶାନ୍ତ ହେଲା |
"ଆରେ ସେଠି କବାଟ ପାଖରେ କାହିଁକି ଠିଆ ହେଇଛୁ, ଭିତରକୁ ଆସୁନୁ |" ବଡ ମା' ତାକୁ ଡାକିଲେ |
ଦୌଡ଼ି ଦୌଡ଼ି ସେ ପୁଣି ଭିତରୁକୁ ପଳେଇଲା |
"ସକାଳ ଠାରୁ ଏପର୍ଯ୍ୟନ୍ତ କମସେକମ 200 ଥର ପଚାରି ସାରିଲାଣି 'କେବେ ଆସିବେ? କେବେ ଆସିବେ?' | Gate ପାଖରୁ ଟିକେ ବି ଘୁଞ୍ଚିନି | ଏବେ ତମମାନଙ୍କୁ ଦେଖି ଲାଜ କରୁଛି |" ହାସିଲେ ବଡ ମା' |
କିଛି ସମୟ ପରେ ଆସି ପହଁଚିଲା, ଗୋଟେ ବହି ଧରି | ତା' ହାତକୁ ଲକ୍ଷ କଲି | ହାତ ପାପୁଲି ନାଲି ପଡି ଯାଇଥିଲା | ଲୁହା Gate ରୁ ଓହଳି ଓହଳି ବୋଧେ | ଏଥର ଲାଜେଇ ଲାଜେଇ ପଚାରିଲା, "ଏ ବହିଟା ମତେ ଟିକେ ପଢ଼େଇ ଦବ?" ଏଥର ତା' କଥାରେ ନ ଥିଲା ଆଉ ଅଭିମାନ | ସବୁ ରାଗ ରୋଷ ସତେ ଯେମିତି ଉଭେଇ ଯାଇଥିଲା | ଅପେକ୍ଷାର କଷ୍ଟ ସେ ସମ୍ପୂର୍ଣ ଭୁଲି ଯାଇଥିଲା | ଆଖିରେ ଥିଲା କେବଳ ଆନନ୍ଦ | ବହୁ ଦିନ, ବହୁ ସମୟ ଅପେକ୍ଷା ପରେ କିଛି ମିଳି ଯାଇଥିବାର ଆନନ୍ଦ | କୋହ ଟା ପରିବର୍ତ୍ତନ ହେଇ ଯାଇଥିଲା ହସ ରେ | କେତେ ନିରୀହ ସେ ହସ ! ବେଶୀ କିଛି ଆଶା କରି ନଥିଲା ସେ | ଖାଲି ଚାହିଁ ଥିଲା ମୋର କିଛି ସମୟ | କିଛି ସାନିଧ୍ୟ | ବହୁତ କମ ସମୟ ହିଁ ବିତେଇ ପାରି ଥିଲି ତା' ସହିତ | ଯେତେ ବେଳେ ବିଦାୟ ନେଲି, ପୁଣି ଘର ଭିତରକୁ ଦୌଡ଼ି ପଳେଇଲା | ହୁଏତ ଚାହୁଁ ନଥିଲା କେହି ତା'ର ଲୁହ ଦେଖନ୍ତୁ ବୋଲି | Car drive କରିକି ଗଲା ବେଳେ ଦେଖିଲି ତାକୁ ଦୂରରୁ | ଆଖିରେ ଥିଲା ପ୍ରଶ୍ନ "ପୁଣି କେବେ ଆସିବ?"
ସେଦିନ ଥିଲା ମୋର ପ୍ରଥମ ଦେଖା - ଚାରି ବର୍ଷର ଆରାଧନା ସହିତ |
କେତେ ଦିନ ବିତି ଗଲାଣି | ତଥାପି ତା'ର ସେ Gate ରେ ଝୁଲି ଝୁଲି ଅପଲକ ନୟନରେ ଆମକୁ ଅପେକ୍ଷା କରି ରହିଥିବାର ଦୃଶ୍ୟ ମୁଁ ଭୁଲି ପାରୁନି |
ପୁଣି କେବେ ଦେଖା ହବ?
ମୁଁ ଅପେକ୍ଷାରେ ରହିଛି | ସେଇ ନିରୀହ ନିଷ୍କପଟ ହସର, ଅଭିମାନର |
No comments:
Post a Comment