Wednesday, January 1, 2025

ସଂକଳ୍ପ 2025

Resolution ଓଡ଼ିଆ ଅର୍ଥ ସଂକଳ୍ପ | New Year Resolution ଟା ଏତେ binding ଭଳିଆ ଲାଗେନି | Resolution ଟା ନିଆଯାଏ ଭାଙ୍ଗିବା ପାଇଁ | କିନ୍ତୁ, ସଂକଳ୍ପ ଶବ୍ଦଟା ଟିକେ binding ଭଳିଆ ଲାଗୁଛି | ତେଣୁ, ସଂକଳ୍ପ ଶବ୍ଦ ଟା ବ୍ୟବହାର କଲାବେଳେ ଟିକେ ଅବାଗିଆ ଲାଗିଲା | କାରଣ, ମୁଁ ମୋ resolution ପାଇଁ ଯେ କେତେ ଯେ ବିଶ୍ୱସ୍ତ , ସେଇଟା ମୁଁ ଜାଣିଛି | ମନେ ପଡୁନି କେବେ ମୁଁ ମୋ new year resolution କୁ 10 ଦିନରୁ ଅଧିକ ପାଳନ କରିଛି | ତଥାପି, ପ୍ରତ୍ୟେକ ବର୍ଷ ପରି, ଏବର୍ଷ ମଧ୍ୟ resolution ନବାକୁ ହେବ | After all it is customary.


Books

ଗତ ବର୍ଷ ବହି ପଢିବା ଦିଗରେ ଶ୍ରେଷ୍ଠ ଥିଲା | 120 books was quite a remarkable achievement. ହେଲେ quantity ପଛରେ ଧାଇଁ, quality ରେ ମୁଁ compromise କରିଥିଲି | ଗତ ବର୍ଷ ଭଲ ବହି ବହୁତ ପଢିଛି ବୋଲି ବୋଧ ହଉନି | ତେଣୁ, ଏବର୍ଷ କିଛିଟା ଭଲ ବହି ପଢ଼ିବା ପାଇଁ ସଂକଳ୍ପ ନେବାକୁ ହେବ |

ଲକ୍ଷ - 80 ଟା ବହି | fiction - 40, non-ficiton - 40, ତନ୍ମଧ୍ୟରୁ ଓଡ଼ିଆ ଅନ୍ତତଃ 10ଟା | Audio book 25 ଟି | Children's - 12|

History / Historical novel - 5

Indian fiction - 5

Indian non-fiction - 5

Odia Fiction / short stories - 7

Odia non-ficiton - 3

Philosophy / Philosophical novel - 3

Biography / Memoir - 3

Science - 5

Re-read - 3


Movies and Series

ସମୟର ଘୋର ଅଭାବ | ସମୟର ସଠିକ ଉପଯୋଗ କରିବା ପାଇଁ, କେବଳ ଭଲ content ଉପରେ focus କରିବା ନିହାତି ଦରକାର |

ଲକ୍ଷ - 52 ଟି ଫିଲ୍ମ , 10 ଟା seasons of series

ହିନ୍ଦୀ - 12

ଆଞ୍ଚଳିକ - 12 (ଓଡ଼ିଆ - 3)

ଇଉରୋପୀୟ - 12


Travel

ଗତ ବର୍ଷ କୌଣସି ବିଦେଶୀ family vacation ହେଇ ନଥିଲା | ଏବର୍ଷ ନିଶ୍ଚିତ ରୂପେ କୁଆଡେ ଗୋଟେ ଯିବାକୁ ହବ | ତା' ବ୍ୟତୀତ, ଆଉ 5 ଟା Indian tourist spot cover କରିବା ହେଉଛି target. May be, 3 ଟା short-weekend type, ଆଉ 2 ଟା long ones.

Social Media

ଗତ ବର୍ଷର ସବୁଠାରୁ best achievement ମୋର ହଉଛି Twitter App କୁ Phone ରୁ delete କରିବା | ଯଦିଓ Instagram Reels ଆଉ YouTube Shorts ମୋର ବହୁତ ସମୟ ଅପଚୟ କରିଛି, ବର୍ଷର ସଂକଳ୍ପ ହେଉଛି , Social media କୁ ସମ୍ପୂର୍ଣ ରୂପେ avoid କରିବା |

Teaching

ଝିଅକୁ Maths ପଢ଼ାଇବା ଟା ଜାରି ରଖିବି , ଆହୁରି ଅଧିକ ଉତ୍ସାହ ସହିତ | Open Circle ର ପିଲାମାନଙ୍କ ସାଙ୍ଗରେ ବି କିଛି ସମୟ ବିତେଇବି ଭାବୁଛି |

Being Healthy

ଓଜନ କମେଇବାର ସଂକଳ୍ପ ନେବା ଆଉ ତାକୁ ଭାଙ୍ଗିବା ହେଉଛି ଗୋଟେ ନିତିଦିନିଆ ବ୍ୟାପାର | ସଂକଳ୍ପଟା ସବୁ ଦିନ ଧରାଶାୟୀ ହୁଏ ଲୋଭନୀୟ ଖାଦ୍ୟ ଆଉ ଅଳସୁଆମୀ ବାହାନା ଆଗରେ, ପୁଣି renew ହୁଏ ତା' ପରବର୍ତ୍ତୀ guilt feelings ପରେ | ବୟସ ବଢ଼ିଲାଣି, ସୁସ୍ଥ ରହିବା ନିହାତି ଆବଶ୍ୟକ |


ଆହୁରି ଅଛି ଅନେକ ସଂକଳ୍ପ ମନ ଭିତରେ | କେତେ ସମ୍ଭବ ହେଉଛି ଦେଖାଯାଉ |

No comments:

Post a Comment