Friday, December 6, 2024

Why is India more religious than UK?

ନେହରୁଙ୍କର Glimpses of World History ବୋଧ ହୁଏ ମୁଁ last10 ବର୍ଷ ହେଲାଣି ପଢୁଛି | କିଛି ପୃଷ୍ଠା ପ୍ରତି ବର୍ଷ | ବହିଟି ହେଉଛି Jail ରେ ଥିଲା ବେଳେ ଦୁଇ ବର୍ଷ ଧରି ନେହରୁ ନିଜର ଝିଅ ଇନ୍ଦିରକୁ ଚିଠି ମାଧ୍ୟମରେ ପୃଥିବୀର ଇତିହାସ ବୁଝେଇବାର ଏକ ପ୍ରୟାସ | (ଏଥିରେ ଆଶ୍ଚର୍ଯ୍ୟ ହବାର କିଛି କାରଣ ନାହିଁ, ସେତେବେଳେ Wikipedia ନଥିଲା ଯେ)

I must admit, ଯେତେ ମୁଁ ଏ ବହିଟି ପଢୁଛି, ସେତେ ମୋ ମନରେ ଥିବା ନେହରୁଙ୍କ ପ୍ରତି ସମ୍ମାନ ଆହୁରି ବଢି ବଢି ଚାଲିଛି | ନେହରୁ ଏ ବହିଟି ଗୋଟେ ଇତିହାସକାର ଭାବରେ ନୁହେଁ, କିନ୍ତୁ ଜଣେ ଇତିହାସର ଆଲୋଚକ ଭାବରେ ଲେଖିଛନ୍ତି (like Yuval Noah Harari), ଯେଉଁଥିରେ ସେ ନିଜର ନିଜତ୍ବ ମନ୍ତବ୍ୟ ଦେବାରେ କୁଣ୍ଠାବୋଧ କରି ନାହାନ୍ତି | I found myself nodding to most of his opinions.

ଗୋଟେ ବହୁତ interesting perspective ପଢ଼ିଲି କାଲି | କାହିଁକି ଭାରତର ଲୋକ ଏବେବି ବହୁତ ଧର୍ମଭୀରୁ, କିନ୍ତୁ, Europeରେ atheism ପ୍ରଖର ରୂପରେ ବଢିବାକୁ ଲାଗୁଥିଲା | ଭାରତର majority of people ଥିଲେ ନିଜର ଜୀବିକା ପାଇଁ କୃଷୀ ଉପରେ ନିର୍ଭରଶୀଳ | ଆଉ କୃଷି ବର୍ଷା ଉପରେ ନିର୍ଭର | ବର୍ଷା ଉପରେ ମଣିଷର କିଛି control ନାହିଁ | ତେଣୁ ଭଗବାନଙ୍କୁ ପ୍ରାଥନା କରିବା ନିତ୍ୟାନ୍ତ logical. କିନ୍ତୁ, because of industrial revolution, Europe, especially ଇଂଲଣ୍ଡର ଲୋକ, ନିଜ ଜୀବିକା ପାଇଁ machine ଉପରେ dependent ଥିଲେ | ଆଉ Machine ମଣିଷର control ରେ | ତେଣୁ, naturally ଭଗବାନଙ୍କ ଉପରେ dependency ଲୋକମାନଙ୍କର କମିଗଲା |

Interesting perspective, isn't it?

P.S. More than half of the population in UK are irreligious.

Thursday, December 5, 2024

Writer's Block

ଠିକ ବର୍ଷ ଶେଷ ଆଡକୁ, ମନେ ପଡ଼େ ମୁଁ ବି ଦିନେ ଲେଖକ ହବାର ସ୍ବପ୍ନ ଦେଖିଥିଲି ବୋଲି |

ପୁଣି ୟାଡୁ ସ୍ୟାଡୁ ଲେଖକ ନୁହେଁ |

ଜଣେ ସୁନାମଧନ୍ୟ, ଉଚ୍ଚ ପୁରସ୍କୃତ, ଦର୍ଶନଶାସ୍ତ୍ର ବିଶାରଦ ଯୁଗାନ୍ତକାରୀ ଲେଖକ |

मुंगेरी लाल के हसीन सपने |

ହସ ମାଡ଼େ ଏବେ ନିଜର ନିରୀହ ବାଚାଳାମି ବିଷୟରେ ଭାବିଲେ |

ବେଳ ଥାଉ ଥାଉ, ଚୁଟି ପାଚିବା ପୂର୍ବରୁ, ନିଜର limitations ବୁଝିନେଇ, ये दुनिया अगर मिल भी जाये तो क्या है ବାହାନା ଦେଇ ନିଜର ଭ୍ରାନ୍ତ ଅଭିଳାଷକୁ କବର ଦେଇଥିଲି ବହୁ ବର୍ଷ ତଳେ |


ତଥାପି ବେଳେ ବେଳେ ଭାବେ -ସୁନାମଧନ୍ୟ ଲେଖକ ନହେଲେ ନାହିଁ, ମନ ଭିତରେ ଯୋଉ ଲକ୍ଷେ ଲକ୍ଷେ କଳ୍ପନା ଜଳ୍ପନା ସବୁ ଘୁରି ବୁଲୁଛି, ତାକୁ ଲେଖା ମାଧ୍ୟମରେ ପ୍ରକାଶ ନକଲେ, ସେ ସବୁ ହଜି ଯିବ ଯେ | ପୁଣି ଯେତେବେଳେ ବୃଦ୍ଧ କାଳେ amnesia ର ଶିକାର ହେଲା ପରେ, ଏହି ଲେଖା ଗୁଡିକ ହିଁ ମତେ nostalgic କରିବାରେ ସାହାଯ୍ୟ କରିବ | ସେଥି ପାଇଁ ଲେଖିବା ଜରୁରୀ | ସମୟର ଅଭାବ ନାହିଁ | Doom scrolling ଠାରୁ ଶହେ ଗୁଣ ଭଲ ନିଜର କଳ୍ପନାକୁ ଶବ୍ଦର ରୂପ ଦେବା | ତେଣୁ ଲେଖିବା ଜରୁରୀ | ନୁହେଁ କି?