Wednesday, December 11, 2024

Any Problem, One Solution?

ସେଦିନ Office ରୁ ଫେରି, ଥକା ମାରି recliner ଉପରେ ବସୁ ବସୁ କହିଲି, "ଚାହୁଁ ଚାହୁଁ ବର୍ଷଟା ବି ସରିବାକୁ ବସିଲାଣି | 45 ବର୍ଷର ବୃଦ୍ଧ ଏବେ ମୁଁ | ମନଟା ନହେଲେ ବି, ଶରୀରଟା ଥକି ଗଲାଣି | ଆଗ ଭଳିଆ ଆଉ କାମ କରି ହଉନି | ଆଗରୁ କେହି travel related fatigue complain କଲେ ମତେ ଆଶ୍ଚର୍ଯ୍ୟ ଲାଗୁଥିଲା, ଏବେ ମୁଁ ନିଜେ 300km drive କରିକି ଥକି ଯାଉଛି | କିଛି ନକରିକି ଶୋଇବାକୁ ଇଛା ହଉଛି | ଆଉ ଜୀବନରେ କିଛି କରିବାକୁ ଇଚ୍ଛା ହଉନାହିଁ | ଆଗରୁ ଯେଉଁ ସବୁ ଜିନିଷ ଭଲ ଲାଗୁଥିଲା , ଏବେ ସେ ସବୁ ଜିନିଷ ଦେଖିଲେ ମୁହଁ ବିକୃତ ହେଇଯାଉଛି | କଣ କରିବା କହିଲ?"

Sarah କହିଲା, "ଏଗୁଡା ହଉଛି ଅଳସୁଆମୀ ଗୋଟେ ବାହାନା | Physical exercise ଘୋର ଅଭାବ | Diet control କର | meditation କର | ଆଧ୍ୟାତ୍ମିକ ଚିନ୍ତା କର |"

Pongalswamy ମନ୍ତବ୍ୟ ଦେଲା, "ସେଗୁଡା ନୁହେଁ | ଜୀବନକୁ ଗୋଟେ घुमाओ ଦେବା ତୋ' ଦରକାର | କିଛି ଗୋଟେ adventure କର | Hobby club ରେ enroll ହେଇଜା |"

Sarah ହସି ହସି କହିଲା, "ହଁ ଠିକ କଥା | आज कुछ तूफानी करते हैं - ଏମିତି ତୁ last କେବେ ଭାବିଥିଲୁ କହିଲୁ | ଦିନ ଥିଲା ତୁ କହୁଥିଲୁ - I am not a tourist, but a traveller. Where is that traveller now? କେବେ aimless wanderer ଭଳିଆ ବୁଲି ଯାଇଥିଲୁ କହିଲୁ?"

ମୁଁ କହିଲି, "ମନେ ପଡୁନି | routine ଜୀବନ | Societal expectations. ତା' ଭିତରେ ମଣିଷ ପେଷି ହେଇଯାଉଛି | "

Pongalswamy କହିଲା, "You need a definite purpose in life."

Sarah କହିଲା, "ଜୀବନଟା meaningless ବୋଲି you seem to be convinced | ତେଣୁ ଯାହା ବି କଲେ କିଛି ଫରକ ପଡିବା ଉଚିତ ନୁହେଁ | ତେଣୁ , Get up my friend. Seize the day."

Pongalswamy suggest କଲା, "ଠିକ କଥା | ଆଉ ଡେରି କାହିଁକି ? ବୋତଲ ଟା ଖୋଲା ଯାଉ |"

Sarah ପଚାରିଲା, "ସବୁ କଥାର end କଣ ବୋତଲ?"

ମୁଁ କାନ୍ଥରେ ଲାଗିଥିବା poster କୁ ଚାହିଁଲି ଆଉ ହସିଲି |


Sarah ସେଠୁ ଉଠି ଚାଲିଗଲା |


Sunday, December 8, 2024

Life is …

“Life is a comedy to those who think, a tragedy to those who feel.”

― Jean Racine

Gita begins with…

Dhritarashtra asking Sanjay about what’s happening in the battle ground of Kurukshetra…

Dhritarashtra, the all powerful king, with no vision. 

On the other hand, Sanjay was with infinite vision and wisdom, yet utterly powerless.

Isn’t that happening in our world today? 


Courtesy: Amit Verma’s conversation with Devdutt Pattnaik.


Friday, December 6, 2024

Why is India more religious than UK?

ନେହରୁଙ୍କର Glimpses of World History ବୋଧ ହୁଏ ମୁଁ last10 ବର୍ଷ ହେଲାଣି ପଢୁଛି | କିଛି ପୃଷ୍ଠା ପ୍ରତି ବର୍ଷ | ବହିଟି ହେଉଛି Jail ରେ ଥିଲା ବେଳେ ଦୁଇ ବର୍ଷ ଧରି ନେହରୁ ନିଜର ଝିଅ ଇନ୍ଦିରକୁ ଚିଠି ମାଧ୍ୟମରେ ପୃଥିବୀ ଇତିହାସ ବୁଝେଇବାର ଏକ ପ୍ରୟାସ | (ଥିରେ ଆଶ୍ଚର୍ଯ୍ୟ ହବାର କିଛି କାରଣ ନାହିଁ, ସେତେବେଳେ Wikipedia ନଥିଲା ଯେ)

I must admit, ଯେତେ ମୁଁ ବହିଟି ପଢୁଛି, ସେତେ ମୋ ମନରେ ଥିବା ନେହରୁଙ୍କ ପ୍ରତି ସମ୍ମାଆହୁରି ବଢି ବଢି ଚାଲିଛି | ନେହରୁ ବହିଟି ଗୋଟେ ଇତିହାସକାର ଭାବରେ ନୁହେଁ, କିନ୍ତୁ ଜଣେ ଇତିହାସର ଆଲୋଚକ ଭାବରେ ଲେଖିଛନ୍ତି (like Yuval Noah Harari), ଯେଉଁଥିରେ ସେ ନିଜର ନିଜତ୍ବ ମନ୍ତବ୍ୟ ଦେବାରେ କୁଣ୍ଠାବୋଧ କରି ନାହାନ୍ତି | I found myself nodding to most of his opinions.

ଗୋଟେ ବହୁତ interesting perspective ପଢ଼ିଲି କାଲି | କାହିଁକି ଭାରତ ଲୋକ ଏବେବି ବହୁତ ଧର୍ମଭୀରୁ, କିନ୍ତୁ, Europeରେ atheism ପ୍ରଖର ରୂପରେ ବଢିବାକୁ ଲାଗୁଥିଲା | ଭାରତର majority of people ଥିଲେ ନିଜର ଜୀବିକା ପାଇଁ କୃଷୀ ଉପରେ ନିର୍ଭରଶୀଳ | ଆଉ କୃଷି ବର୍ଷା ଉପରେ ନିର୍ଭର | ବର୍ଷା ଉପରେ ମଣିଷର କିଛି control ନାହିଁ | ତେଣୁ ଭଗବାନଙ୍କୁ ପ୍ରାଥନା କରିବା ନିତ୍ୟାନ୍ତ logical. କିନ୍ତୁ, because of industrial revolution, Europe, especially ଇଂଲଣ୍ଡର ଲୋକ, ନିଜ ଜୀବିକା ପାଇଁ machine ଉପରେ dependent ଥିଲେ | ଆଉ Machine ମଣିଷର control ରେ | ତେଣୁ, naturally ଭଗବାନଙ୍କ ଉପରେ dependency ଲୋକମାନଙ୍କର କମିଗଲା |

Interesting perspective, isn't it?

P.S. More than half of the population in UK are irreligious.